ଆମର୍ ବାବ୍ ଦେ

ଜଏ ମାଁ ସମଲେଇ

ସମ୍ବଲପୁରୀ ପରିବାର୍, ଭୋପାଲ୍ ଆରୁ ତାର୍ ପାଶେ ଅନ୍ତରେ ରହୁଥିବାର୍ ପଶ୍ଚିମ୍ ଓଡ଼ିଶାର୍, ସେ ଲୋକ୍ ମାନକର୍ ଲାଗି ମରୁଭୁମି ଥି ଗୁଟେ ପାନିର୍ ଝରନା ପାଲଟି ଯାଇଛେ, ଯେନ୍ ଲୋକ୍ ମାନେ କି ନିଜର୍ ଜନମ୍ ମାଏଟ୍ କେ ଛାଡ଼ି କରି ଜୀବନ୍ ଜୀବକାର୍ ଖୋଜ୍ ଥି ବହୁତ୍ ଦୂର୍ କେ ଆସିଯାଇଛନ୍ ଆରୁ ନିଜକେ ସାମାଜ୍ ଥି ଦୁର୍ବଲ୍ ଅନୁଭବ୍ କରୁଛନ୍ । ସଂସ୍ଥା ଟା ଗୁଟେ ସାମାଜିକ୍ ଆରୁ ସାଂସ୍କୃତିକ୍ ସଂଗଠନ୍ ଆଏ, ଆରୁ ଇତାର୍ ଗୁଟେ ହିଁ ଉଦ୍ୟେଶ୍ ହଉଛେ ସାମାଜିକ୍ କାମ୍ ମାନେ କରବାର୍ ସାଙ୍ଗେ ସାଙ୍ଗେ ଆମର୍ ନିଜର୍ ତିହାର୍ ବାହାର୍ ମନାବାର୍ ଟା ।

ପଶ୍ଚିମ୍ ଓଡ଼ିଶା, ଭୋପାଲ୍ ଠାନୁ ପାଖାପାଖି ୧୦୦୦ କିଲୋମିଟର୍ ଦୁରେ ଅଛେ । ପଶ୍ଚିମ୍ ଓଡ଼ିଶା ଥି ପାଖାପାଖି ୧.୫ କୋଟି ନୁ ଅଧିକା ଲୋକ୍ ରହେସନ୍ ଆରୁ ଆମର୍ ପଶ୍ଚିମ୍ ଓଡ଼ିଶା ତାର୍ ନିରାଲା ସଂସ୍କୃତି, ପ୍ରକୃତିର୍ ସୁନ୍ଦରତା ଆରୁ ଇତିହାସିକ୍ ଘଟଣା ମାନକର୍ ଲାଗି ଲୋକ୍ ପ୍ରିୟ ଆଏ । ଆମେ ନୁଆଁଖାଇ, ପୁଷପୁନି, ଭାଏ ଜିଉଁତିଆ, ପୁଓ ଜିଉଁତିଆ, ଧନୁଯାତ୍ରା, ଶିତଲ୍ ଷଷ୍ଠୀ ଆରୁ କେଥନି କେତେ ତିହାର ମନାସୁଁ ଯେନ୍ ଟା କି ମାଁ ସମଲେଶ୍ୱରୀ,  ମାଁ ପାଟନେଶ୍ୱରୀ, ମାଁ ମେଟାକାନୀ, ମାଁ ରାମଚଣ୍ଡୀ କି ଆମର୍ ଚାଷ୍ ବାସ୍ ଉପରେ ଆଧାରିତ୍ ଆଏ । 

ମହାନଦୀ, ପଶ୍ଚିମ୍ ଓଡିଶାର୍ ମଝିର୍ ଭାଗ୍ ଥି ବହେସି ଯାହା କି ତାର୍ ଖଣି ଖଣି ପ୍ରକୃତିର୍ ସୁନ୍ଦରତାର୍ ଝଲକ୍ ସୃଷ୍ଟି କରସି ଆରୁ ଓଡିଶାର୍ ବହୁତ୍ ଟେ ଜାଗାକେ ଜୀବନ୍ ଦାନ୍ ଦେସି । ବାରପାହାଡ଼୍ ପର୍ବତ୍, ସ୍ୱାଧୀନତା ସଂଗ୍ରାମୀ ବୀର୍ ସୁରେନ୍ଦ୍ର ସାଏଙ୍କର୍ ଡେରା ଥିଲା ବଲିକରି ବହୁତ୍ ପ୍ରସିଦ୍ଧ ଆଏ । ପଶ୍ଚିମ୍ ଓଡିଶାର୍ ମହାନ୍ ପୁଓ ମାନେ ଯେନ୍ତା କି ବୀର୍ ସୁରେନ୍ଦ୍ର ସାଏ, ଘେଁସ୍ ଜମିଦାର୍ ହଟେ ସିଂ, ମାଧୋ ସିଂ ଆରୁ ଅଲଗା ବହୁତ୍ ଲୋକ୍ ମାନେ ଆମର୍ ଦେଶର୍ ସ୍ୱାଧୀନତା ସଂଗ୍ରାମ୍ ଥି ଇଂରେଜ୍ ମାନକର୍ ବିରୋଧ୍ ରେ ଯୁଦ୍ଧ କରିଥିଲେ ଆରୁ ଶହୀଦ୍ ହେଇଥିଲେ । ପଶ୍ଚିମ୍ ଓଡିଶାର୍ ବରଗଡ଼୍ ଜିଲ୍ଲାର୍ ପାଏନ୍.ମୋରା ଗାଁ ଆରୁ ଅଲଗା ଅଞ୍ଚଲ୍ ର ଅନେକ୍ ଲୋକ୍ ଭାରତର୍ ଅସହଯୋଗ୍ ଆନ୍ଦୋଲନ୍ ଥି ଯୋଗ୍ ଦେଇ ଥିଲେ ଆରୁ ଜହଲ୍ ଖାନାକେ ଯାଇଥିଲେ ।